ସମ୍ଭାବିତ GST ପରିବର୍ତ୍ତନ: ଜାଣନ୍ତୁ କଣ ବଢ଼ିବ ଆଉ କମିବ!

 ସମ୍ଭାବିତ GST ପରିବର୍ତ୍ତନ: ଜାଣନ୍ତୁ କଣ ବଢ଼ିବ ଆଉ କମିବ!


Image :- Official X Handle of Prime minister. 

By : Subrat Kumar Pattanayak.


ସ୍ୱାଧିନତା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଆଗାମୀ ଦିନରେ ଜିଏସଟି (ସାମଗ୍ରୀ ଓ ସେବା କର) ରେ ପରିବର୍ତ୍ତନ କରିବାକୁ ସୂଚନା ଦେଇଛନ୍ତି, ଯାହା ଦେଶର ଅର୍ଥନୀତି ଓ ସାଧାରଣ ଲୋକଙ୍କ ଉପରେ ଗଭୀର ପ୍ରଭାବ ପକାଇପାରେ। ଆସନ୍ତୁ GST ପରିବର୍ତ୍ତନ ହେଲେ କେଉଁ ଜିନିଷର ଦାମ୍ ହ୍ରାସ ପାଇବ ଓ କେଉଁ ଜିନିଷର ଦାମ୍ ବୃଦ୍ଧି ପାଇବ ଏହାକୁ ସରଳ ଭାଷାରେ ବୁଝିବା ପାଇଁ ଚେଷ୍ଟା କରିବା।

12% ରୁ 5% ଜିଏସଟି କମିଲେ କେଉଁସବୁ ଜିନିଷ ସସ୍ତା ହେବ:

ଖାଦ୍ୟ ସାମଗ୍ରୀ (ପ୍ରସେସ୍ ଓ ପ୍ୟାକେଜ୍):
ବଟର, ଘିଅ, ପନୀର
ଫଳ ରସ, ନଡିଆ ପାଣି
ଆଚାର, ମୁରବ୍ବା, ଚଟଣୀ, ଜାମ, ଜେଲି
ଟମାଟୋ ସସ୍ ଓ ଅନ୍ୟାନ୍ୟ ସସ୍
ନମକିନ୍, କ୍ୟାନ୍ ଖାଦ୍ୟ
ଫ୍ରିଜର ମାଂସ, ମିଠା ଖାଦ୍ୟ
ଶୁଖିଲା ଫଳ – କାଜୁ, ବାଦାମ, ଖଜୁର


ଘରେ ବ୍ୟବହୃତ ବସ୍ତୁ:

ଛତା, ସିଲାଇ ମେସିନ୍
ଟ. 1,000 ରୁ କମ୍ ଦାମର ଜୁତା ଓ କପଡ଼ା
ଝୋଟ ବା କପାସ ଥିବା ବ୍ୟାଗ୍
ସଜା ହୋଇଥିବା ଆଇନା
ଗହଣା ବକ୍ସ, ବିଭିନ୍ନ ପାଉଚ୍ ବା କଣ୍ଟେନର୍
କାଠ ବା ବାଉଁଶ ରେ ପ୍ରସ୍ତୁତ ଫର୍ଣିଚର୍
ବାଇ ସାଇକେଲ, ମାଚିସ୍, ଫ୍ଲିଣ୍ଟ ବଟନ୍
ଚଷମା (ଦୃଷ୍ଟି ସଠିକ୍ କରିବା ପାଇଁ)
ଖେଳ କାର୍ଡ, ଚେସ୍ ବୋର୍ଡ, କ୍ୟାରମ୍ ବୋର୍ଡ ଇତ୍ୟାଦି 
ଶିଳ୍ପ ଉପଯୋଗୀ ପଦାର୍ଥ:
ଡାୟଗ୍ନୋଷ୍ଟିକ୍ କିଟ୍, ମାର୍ବଲ୍ ଓ ଗ୍ରାନାଇଟ୍
ଡିଜେଲ୍ ଇଞ୍ଜିନ୍

ଟୁ-ୱେ ରେଡିଓ/ୱାକି-ଟକି
ଅଭ୍ୟାସ ପୁସ୍ତକ, ନୋଟବୁକ୍
ଟ୍ୟାଙ୍କ୍ ଓ ଯୁଦ୍ଧ ଯାନ
20 ଲିଟର ପ୍ୟାକ କରାଯାଇଥିବା ପାଣି
ଟ. 1,000 ରୁ ଟ. 7,500 ମଧ୍ୟରେ ହୋଟେଲ୍ ରୁମ୍ ଭଡ଼ା
ବିନା ଇକନୋମି ଶ୍ରେଣୀ ବିମାନ ଯାତ୍ରା
ବସ୍ ଓ ଟ୍ରକ୍ ଦ୍ୱାରା ମାଲ ସଂଚାଳନ
ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇବା

28% ରୁ 18% ଜିଏସଟି କମିଲେ କେଉଁସବୁ ଜିନିଷ ସସ୍ତା ହେବ:

ପାନୀୟ ଜାତୀୟ:

କାର୍ବୋନେଟେଡ୍ ଡ୍ରିଙ୍କ୍, ଏନେର୍ଜି ଡ୍ରିଙ୍କ୍, ଥଣ୍ଡା ପାନୀୟ

ପୋଷାକ ଓ ଜୁତା:
ଟ. 1,000 ରୁ ଅଧିକ ଦାମର ଜୁତା ଓ କପଡ଼ା
ଘରେ ବ୍ୟବହୃତ ଇଲେକ୍ଟ୍ରୋନିକ୍ ଓ ଉପକରଣ:
ସେରାମିକ୍ ଟାଇଲ୍, ମାର୍ବଲ, ଗ୍ରାନାଇଟ୍
ଏ.ସି., ଫ୍ରିଜ୍, ୱାସିଂ ମେସିନ୍, ଭାକ୍ୟୁମ୍ କ୍ଲିନର୍
ସେଭିଂ କ୍ରିମ୍, ଆଫ୍ଟରସେଭ୍, ବଡ଼ି ସ୍ପ୍ରେ
ସୌନ୍ଦର୍ଯ୍ୟ ପଦାର୍ଥ, ହେୟାର୍ ଡ୍ରାୟର୍, ହେୟାର ସ୍ଟ୍ରେଟନର୍
ସନସ୍କ୍ରିନ୍, ଟ୍ୟାନିଂ ପ୍ରୋଡକ୍ଟ୍
65 ଇଞ୍ଚ ଠାରୁ ବଡ଼ ଟିଭି, ହୋମ୍ ଥିଏଟର୍
ଡିଜିଟାଲ୍ କ୍ୟାମେରା, ଭିଡିଓ ଗେମ୍
ପେଣ୍ଟ୍, ଭାର୍ନିଶ୍
ବାଡି ଓ ଫ୍ଲୋର ଟାଇଲ୍
କିଛି ପ୍ଲାଷ୍ଟିକ୍ ଓ ରବର ପ୍ରସ୍ତୁତ ପଦାର୍ଥ
କୃତ୍ରିମ ଫୁଲ ଓ ପତ୍ର
ଉଚ୍ଚ ଶ୍ରେଣୀର ଷ୍ଟେସନେରୀ (ମହଙ୍ଗା ପେନ୍)
ଆମୋଦ ପ୍ରମୋଦ ଓ ବିଲାସିତା ସେବା:
ଟ. 7,500 ରୁ ଅଧିକ ମୂଲ୍ୟ ଥିବା ହୋଟେଲ୍ ରୁମ୍, 5-ତାରକା ହୋଟେଲ୍, ରିଜୋର୍ଟ୍
ଟ. 100 ରୁ ଅଧିକ ମୂଲ୍ୟ ଥିବା ସିନେମା ଟିକେଟ୍
ଥିମ୍ ପାର୍କ୍, ଜଳ ପାର୍କ୍,
ଜୁଆ, ବେଟିଂ, ଘୋଡ଼ା ଦୌଡ଼
ସର୍କସ୍, ନାଟକ, କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ।

ଏହି ଜିନିଷଗୁଡ଼ିକ ଉପରେ ୪୦ ଶତକଡ଼ା GST ଲାଗିବା ଫଳରେ ମହଙ୍ଗା ହୋଇପାରେ:

ଯେପରିକି:

ମହଙ୍ଗା ଲଗଜୁରି କାର୍ ଓ ମୋଟରବାଇକ, ବିଶେଷଭାବେ ହାଇ ମଡେଲ୍‌ ଗୁଡ଼ିକର ଦର ବୃଦ୍ଧି ପାଇପାରେ ।
ମହଙ୍ଗା ବ୍ରାଣ୍ଡ ଡିଜାଇନର୍ କପଡ଼ା, ହ୍ୟାଣ୍ଡବ୍ୟାଗ୍, ଜୁତା, ବିଶେଷକରି ଯାହାର ଦାମ ୧୦,୦୦୦ ଟଙ୍କା ଠାରୁ ଅଧିକ । 
ପ୍ରିମିୟମ୍ ଇଲେକ୍ଟ୍ରୋନିକ୍ ଉତ୍ପାଦନ ଯେପରିକି ମହଙ୍ଗା ସ୍ମାର୍ଟଫୋନ୍‌, ଲ୍ୟାପଟପ୍ ଓ ଅନ୍ୟାନ୍ୟ ଗ୍ୟାଜେଟ୍ । 
ଡିଜାଇନର୍ ଓ ମହଙ୍ଗା ଗହଣା । 
ତମ୍ବାକୁ, ପାନ୍‌ମସାଲା, ସିଗରେଟ୍ ଓ ଅନ୍ୟାନ୍ୟ ହାନିକାରକ ଉତ୍ପାଦନ।  
୨୫,୦୦୦ ଟଙ୍କା ଠାରୁ ଅଧିକ ଦାମ ବିଶିଷ୍ଟ ଘଡ଼ି।  
ମାଦକ ଦ୍ରବ୍ୟ, ଯାହା ଆଗରୁ ମଧ୍ୟ ଉଚ୍ଚ GST ଶ୍ରେଣୀରେ ଅଛି, ଏହି ନୂଆ ରେଟ୍‌ ଦ୍ୱାରା ଅଧିକ ମହଙ୍ଗା ହୋଇପାରେ । 



ଏହି ୪୦% GST ବୃଦ୍ଧି ଯଦି ଲାଗୁ ହୁଏ, ତେବେ ଉପରୋକ୍ତ ଜିନିଷ ସାଧାରଣ ଲୋକଙ୍କ ପାଇଁ ଅଧିକ ଅସାଧ୍ୟ ହେବାର ସମ୍ଭାବନା ରହିଛି।


Previous Post Next Post

Contact Form