ମାଧୁରୀ ଦୀକ୍ଷିତ ହେବେ ଓଡ଼ିଶା ହସ୍ତତନ୍ତ୍ରର ନୂଆ ମୁଁହ।
By: Subrat Kumar Pattanayak
ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ବର୍ତ୍ତମାନ ଓଡ଼ିଶା ହସ୍ତତନ୍ତ୍ର ଉତ୍ପାଦନର ପ୍ରଚାର କରିବେ। ଏହି ପଦକ୍ଷେପ ରଜ୍ୟର ଶିଳ୍ପୀ ମାନଙ୍କ ପାଇଁ ନୂଆ ଆଶା ଆଣିଦେଇଛି। ଆସନ୍ତୁ ଏ ବିଷୟରେ ଜାଣିବା।
ବଲିଉଡ୍ର ପ୍ରସିଦ୍ଧ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଓଡିଶା ହସ୍ତତନ୍ତ୍ରର ପ୍ରଚାର ପ୍ରସାର ପାଇଁ ବ୍ରାଣ୍ଡ୍ ଆମ୍ବାସାଡର୍ ଭାବେ ନିଯୁକ୍ତ ହୋଇଛନ୍ତି । ରିପୋର୍ଟ ଅନୁଯାୟୀ ଏହି ନିଷ୍ପତ୍ତି ଓଡ଼ିଶା ର ହସ୍ତତନ୍ତ୍ର, ପୋଷାକ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଗ୍ରହଣ କରାଯାଇଛି ଏବଂ ଏହା ସଂପର୍କରେ ଆନୁଷ୍ଠାନିକ ଘୋଷଣା ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କ ଦ୍ଵାରା ଆଜି ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ "ଜାତୀୟ ହସ୍ତତନ୍ତ୍ର ଦିବସ" ଓ EKTA କାର୍ଯ୍ୟକ୍ରମର ଉଦ୍ଘାଟନ ଉତ୍ସବ ଅବସରରେ କରିଛନ୍ତି ।
ଏହି ଅବସରରେ ମାଧୁରୀ ଦୀକ୍ଷିତ ଭୁବନେଶ୍ୱରରେ ଆୟୋଜିତ ଜାତୀୟ ହସ୍ତତନ୍ତ୍ର ଦିବସ କାର୍ଯ୍ୟକ୍ରମ ଉପଲକ୍ଷେ ବିଶେଷ ଅତିଥି ଭାବେ ଉପସ୍ଥିତ ଥିଲେ । ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମାଧୁରୀ ଓଡ଼ିଶା ହସ୍ତତନ୍ତ୍ରର ପ୍ରଚାର ପ୍ରସାର କରିବେ । ଆଗାମୀ ୧ ବର୍ଷ ପର୍ଯ୍ୟନ୍ତ ମାଧୁରୀଙ୍କୁ ଏଥିନିମନ୍ତେ ଚୁକ୍ତି କରାଯାଇଛି।
ହସ୍ତତନ୍ତ୍ର, ପୋଷାକ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ବଳସାମନ୍ତ କହିଛନ୍ତି ଯେ ଜନତା ମଇଦାନରେ ଅଗଷ୍ଟ ୭ ରୁ ୧୩ ତାରିଖ ପର୍ଯ୍ୟନ୍ତ ଏକ ବୃହତ୍ତ ହସ୍ତତନ୍ତ୍ର ଓ ହସ୍ତଶିଳ୍ପ ପ୍ରଦର୍ଶନୀ ଆୟୋଜିତ ହେବ । ଓଡିଶାର ବିଭିନ୍ନ ଅଞ୍ଚଳରୁ ୧୫୦୦ ରୁ ଅଧିକ ବୁଣାକାର ଏବଂ ଦେଶର ଆଠ (୮) ରୁ ଅଧିକ ରାଜ୍ୟର ଶିଳ୍ପୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।
#madhuri #madhuridixit #odisha
