ଆୟକର ବିଲ୍ ୨୦୨୫ ପ୍ରତ୍ୟାହୃତ, ସୋମବାର ଆସିବ ନୂତନ ବିଲ୍ ସରଳ ଢାଞ୍ଚାରେ ।
By:- Subrat Kumar Pattanayak
ଆୟକର ବିଲ୍ ୨୦୨୫ କୁ କେନ୍ଦ୍ର ସରକାର ପ୍ରତ୍ୟାହୃତ କରିଛନ୍ତି। ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱ ରେ ତିଆରି ହୋଇଥିବା ସଂଶୋଧିତ ବିଲ୍ ସୋମବାର ଲୋକସଭାରେ ଉପସ୍ଥାପିତ ହେବ। ନୂତନ ବିଲ୍ ର ଲକ୍ଷ୍ୟ ହେଉଛି କର ବ୍ୟବସ୍ଥାକୁ ସରଳ କରିବା ଓ ମଧ୍ୟମ ବର୍ଗ ଓ MSMEs ପାଇଁ ସହଜ ଆୟକର ନୀତି ଗଠନ କରିବା । ଆସନ୍ତୁ ଜାଣିବା ସବିଶେଷ ତଥ୍ୟ ।
ଆୟକର ବିଲ୍ ୨୦୨୫, ଯାହା 1961 ର ଆୟକର ଆଇନକୁ ବଦଳାଇବା ପାଇଁ ଗତ ଫେବୃଆରୀ ୧୩ ରେ ଲୋକସଭାରେ ପ୍ରସ୍ତୁତ କରାଯାଇଥିଲା, ତାହାକୁ ସରକାର ଆଜି ପ୍ରତ୍ୟାହୃତ କରିନେଇଛନ୍ତି । ସେହି ବିଲ୍ର ଅଧିକାଂଶ ସିପାରିଶ୍ ଗୁଡ଼ିକୁ ଅନୁସରଣ କରି ଏକ ନୂତନ ବିଲ୍ ସୋମବାର ସଂସଦରେ ଉପସ୍ଥାପିତ କରାଯିବ ।
ବିଭିନ୍ନ ସଂଶୋଧିତ ସଂସ୍କରଣ ଦ୍ୱାରା ଉତ୍ପନ୍ନ ହେଉଥିବା ଦ୍ଵନ୍ଦ ଗୁଡ଼ିକୁ ଦୂର କରି ଏହାକୁ ସରଳ କରିବା ଉଦ୍ଦେଶ୍ୟରେ ଏହି ନୂତନ ବିଲ୍ ଉପସ୍ଥାପନ କରାଯିବ।
ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା, ଯିଏ ଏହି ବିଧେୟକ ଉପରେ ସଂସଦୀୟ ସିଲେକ୍ଟ କମିଟିର ଅଧ୍ୟକ୍ଷ ଅଟନ୍ତି, ସେ କହିଛନ୍ତି ଯେ ବର୍ତ୍ତମାନର ଆୟ କର ଆଇନ ୧୯୬୧ ରେ ୪୦୦୦ ରୁ ଅଧିକ ଥର ସଂଶୋଧନ ହୋଇଛି ଓ ଏହାର ଶବ୍ଦ ସଂଖ୍ୟା ୫ ଲକ୍ଷ ରୁ ଅଧିକ ଅଟେ। ଏହାକୁ ପଢ଼ି ବୁଝିବା ଏକ ଜଟିଳ ପ୍ରକ୍ରିୟା ହୋଇଥିବାରୁ ନୂତନ ବିଲ୍ ରେ ଏହି ଜଟିଳତାକୁ ହାରାହାରି ୫୦% କମ କରାଯାଇଅଛି ଯାହାକି ସାଧାରଣ କରଦାତାଙ୍କୁ ବୁଝିବାରେ ସହଜ ହେବ।
କେଉଁମାନେ ଲାଭାନ୍ୱିତ ହେବେ ?
୧) ସାଧାରଣ କରଦାତା ।
୨) ଛୋଟ ବ୍ୟବସାୟୀ MSMEs
(ମାଇକ୍ରୋ, ସ୍ମଲ୍ ଏବଂ ମିଡିୟମ ଏଣ୍ଟରପ୍ରାଇଜେସ୍)
ନୂତନ ବିଲ୍ ର ଲକ୍ଷ୍ୟ:
୧) ଜଟିଳତା ହ୍ରାସ ।
୨) ଆଇନ ଭିତ୍ତିକ ଅସ୍ପଷ୍ଟତା କମାଇବା ।
୩) ଅନାବଶ୍ୟକ ମାମଲା ଏବଂ ବିବାଦକୁ ରୋକିବା ।
୪) ମଧ୍ୟମବର୍ଗ ଉପରେ ଅଧିକ କରଭାର ନ ପଡ଼ିବାକୁ ସୁନିଶ୍ଚିତ କରିବା ।
ଆସନ୍ତା ସୋମବାର୍ ଅର୍ଥାତ୍ ୧୧ ତାରିଖ ଦିନ ସରକାର ଏହି ନୂତନ ବିଲ୍ କୁ ଆଣିବେ । ତେବେ ଦେଖିବାକୁ ବାକି ରହିଲା ବିପକ୍ଷ ଦଳ ଏବଂ ସାଧରଣ ଜନତା କିଭଳି ଏହାକୁ ସ୍ବାଗତ କରୁଛନ୍ତି।
#Incometax #Tax #Bill
