ବିଗ୍ ବସ୍ ୧୯ ରେ Undertaker ! କଣ ସତ୍ୟାସତ୍ୟ ଆସନ୍ତୁ ଅଧିକ ଜାଣିବା ଏହି ବିଷୟ ରେ ।
Writer:- Subrat Ku. Pattanayak
ବିଗ୍ ବସ୍ ୧୯ ରେ କଣ ସତରେ Undertaker ଯୋଗ ଦେବାକୁ ଯାଉଛନ୍ତି? କଣ ସତ୍ୟାସତ୍ୟ ଆସନ୍ତୁ ଅଧିକ ଜାଣିବା ଏହି ବିଷୟ ରେ ।
ଏହି ବର୍ଷ Bigg Boss ର 19ତମ ସଂସ୍କରଣରେ ଏକ ବିଶେଷ ଅତିଥି ଆସିପାରନ୍ତି — ଏମିତି ଜଣେ ବ୍ୟକ୍ତି ଯିଏ କି ସାରା ବିଶ୍ୱରେ ପ୍ରସିଦ୍ଧ। ହଁ, ଆମେ କହୁଛୁ The Undertaker ଙ୍କ ବିଷୟରେ। WWE ମାଧ୍ୟମରେ ସାରା ବିଶ୍ୱରେ ପରିଚିତ, ଏହି ପ୍ରସିଦ୍ଧ ବ୍ୟକ୍ତି Bigg Boss ରେ wildcard ଭାବରେ ପ୍ରବେଶ କରିପାରନ୍ତି। Bigg Boss ର ପ୍ରୋଜଯୋକ ଓ Undertaker ଙ୍କ ଟିମ୍ ମଧ୍ୟରେ ଏନେଇ ଆଲୋଚନା ଚାଲିଛି ବୋଲି ଖବର ହସ୍ତଗତ ହୋଇଅଛି। ଏନେଇ ଏକ ଔପଚାରିକ ଘୋଷଣା ଖୁବ ଶୀଘ୍ର ଆସିପାରେ।
Bigg Boss ଆସନ୍ତା ଅଗଷ୍ଟ 24 ରୁ ଆରମ୍ଭ ହେବ। ଏଥିରେ ବଲିଉଡ୍ ସୁଲତାନ ସଲମାନ ଖାନ ପୁଣିଥରେ ହୋଷ୍ଟ୍ ଭାବେ ଦେଖିବାକୁ ମିଳିବେ। ତାଙ୍କୁ ପ୍ରତି ସପ୍ତାହ ପାଇଁ ₹8-10 କୋଟି ଦିଆଯିବ ବୋଲି ଖବର ମିଳିଅଛି। ଏହି ସମସ୍ତ ଏପିସୋଡ୍ ଆପଣମାନେ JioCinema (JioHotstar) ରେ ଦେଖିପାରିବେ।
ଏହି ବର୍ଷର Confirmed Contestants:
Gaurav Khanna, Ashnoor Kaur, Abhishek Bajaj, Awez Darbar, Nagma Mirajkar, Baseer Ali, Hunar Hale, Shafaq Naaz, Siwet Tomar, Khank Waghnani, Gaming Creator Payal Dhare, ଏବଂ Writer-Actor Zeeshan Quadri।
ଆସନ୍ତୁ, Undertaker ଙ୍କ ବିଷୟରେ କିଛି ଅଧିକ ଜାଣିବା:
ନାମ: Mark William Calaway
ଜନ୍ମତାରିଖ: March 24, 1965
ପରିଚିତ ନାମ: The Undertaker
ଦେଶ: ଅମେରିକା
ପେଶା: ପ୍ରୋଫେସନାଲ୍ ରେସଲର୍
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା:
Mark Calaway କିମ୍ୱା Undertaker ଜନ୍ମ ନେଇଛନ୍ତି ହୁଷ୍ଟନ୍, ଟେକ୍ସାସ୍ ରେ। ସେ Frank Calaway ଓ Betty Catherine Truby ଙ୍କ ପାଞ୍ଚ ପିଲା ମଧ୍ୟରୁ ସବୁଠାରୁ ଛୋଟ। ସେ Waltrip High School ରେ ଶିକ୍ଷା ଗ୍ରହଣ କରିଥିଲେ ଓ ଏଠାରେ ଫୁଟବଲ୍ ଓ ବାସକେଟବଲ୍ ରେ ଭଲ ପ୍ରଦର୍ଶନ କରିଥିଲେ। ସେ ପରେ Angelina College ଓ Texas Wesleyan University ରେ ବାସକେଟବଲ୍ ଖେଳିଥିଲେ ଓ ବ୍ୟବସାୟ ପ୍ରବନ୍ଧନ (Sport Management) ରେ ପାଠ ମଧ୍ୟ ପଢ଼ିଥିଲେ।
ରେସଲିଂ କ୍ୟାରିଅର:
Undertaker 1987 ରେ ରେସଲିଂ ଆରମ୍ଭ କରିଥିଲେ। 1989 ରେ ସେ WCW (World Championship Wrestling) ସହିତ ଯୋଗ ଦେଲେ, କିନ୍ତୁ ଅତି ଶୀଘ୍ର ସେ WWE (ତାଲେ ବଳି WWF) ରେ ଯୋଗ ଦେଲେ ଓ ସୃଷ୍ଟି କଲେ ଏକ ପ୍ରସିଦ୍ଧ ଚରିତ୍ର — The Undertaker। ଏହି ଚରିତ୍ର ଏକ Dark Gimmick ଥିଲା ଯାହାକୁ କି ସମସ୍ତେ ବହୁତ ଭଲପାଇଥିଲେ। ବର୍ଷ 2000 ରେ ସେ କିଛି ସମୟ ପାଇଁ "The American Badass" ବୋଲି ନୂତନ ଅବତାର ନେଇଥିଲେ, ଯେଉଁଥିରେ ସେ ଏକ ବାଇକର ଭୂମିକାରେ ଥିଲେ।
ଉପଲବ୍ଧି :
WrestleMania ରେ ସେ ଆଜି ଯାଏ 21–0 ଅପରାଜିତ ।
WWE ରେ 30 ବର୍ଷ ଧାରାବାହିକ ଭାବେ ଶୀର୍ଷ ସ୍ଥାନ ଦଖଲ ।
2022 ରେ WWE Hall of Fame ରେ ସ୍ଥାନ ମିଳିଥିଲା।
ସେ Best Gimmick Award ପାଇଛନ୍ତି ପାଞ୍ଚ ବର୍ଷ ଧରି ।
ଉପସଂହାର:
Undertaker ଙ୍କର Bigg Boss କୁ ପ୍ରବେଶ ନେଇ ଏବେ ଭିତରେ ଚର୍ଚ୍ଚା ଜୋରଦାର ଚାଲିଛି। ଯଦି ସେ ଏହି ଶୋରେ ଆସନ୍ତି, ତେବେ ଏହା ନିଶ୍ଚୟ ହେବ ଏକ ଐତିହାସିକ ମୁହୂର୍ତ୍ତ। Fans ମଧ୍ୟ ଏହି ଖବରକୁ ନେଇ ଅତ୍ୟନ୍ତ ଉତ୍ସାହିତ।
