ବାଦଲ ଫଟା ବର୍ଷା: ଉତ୍ତରକାଶୀରେ ବିପର୍ଯ୍ୟୟର ଭୟାନକ ଦୃଶ୍ୟ ।

 ବାଦଲ ଫଟା ବର୍ଷା: ଧରାଲି ନିଶ୍ଚିହ୍ନ !


     Image: ADG PI - Indian Army


By :- Subrat Kumar Pattanayak 

ଉତ୍ତରକାଶୀରେ ବାଦଲ ଫଟା ବର୍ଷା ପରେ ସୃଷ୍ଟି ହୋଇଥିବା ଭୟାବହ ପରିସ୍ଥିତି, ବନ୍ୟା, ମାଟି ଖସିବା ଓ ପ୍ରଭାବିତ ଲୋକମାନଙ୍କ ଅବସ୍ଥା ସମ୍ପର୍କରେ ଆସନ୍ତୁ ଜାଣନ୍ତୁ।

ବାଦଲ ଫଟା ବର୍ଷା ହେତୁ ଉତ୍ତରାଖଣ୍ଡ ରାଜ୍ୟର ଉତ୍ତରକାଶୀରେ ଅବସ୍ଥିତ ଧରାଲି ଗ୍ରାମ ମାଟିର ଭସ୍ମ ତଳେ ଦବି ହୋଇ ଯାଇଅଛି। ଉପର ପାହାଡ଼ରୁ ପାଣି, ମାଟି, ଆବର୍ଜନା ଓ ପଥର ମିଶ୍ରଣ ବନ୍ୟା ସମ୍ପୁର୍ଣ୍ଣ ରୂପେ ଧରାଲି ଗ୍ରାମକୁ ମାଟିର ଭସ୍ମ ତଳେ ଦବେଇ ଦେଇଅଛି। ରିପୋର୍ଟ ଅନୁଯାୟୀ ଏହି ଦୁଃଖଦ ଦୁର୍ଘଟଣା ହେତୁ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କର ପ୍ରାଣହାନି ଘଟି ଥିବା ବେଳେ ୫୦ ରୁ ଉର୍ଦ୍ଧ ଲୋକମାନଙ୍କର କୌଣସି ପତ୍ତା ମିଲିପାରୁନାହିଁ। ପରିସ୍ଥିତିକୁ ଦେଖିଲେ ଏହି ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଅଛି। 

ଏହି ଦୁର୍ଘଟଣା ପରେ ପ୍ରଧାମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିବା ଓ ସମବେଦନା ସହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଧାମିଙ୍କ ସହ କଥାବାର୍ତ୍ତା କରି ଉଦ୍ଧାର କାର୍ଯ୍ୟ ସଂପର୍କରେ ଆଲୋଚନା କରିଛନ୍ତି ।

କ୍ଷୀର ଗଙ୍ଗା ନଦୀର ଉପର ଭାଗରେ ଏହି ବାଦଲ ଫଟା ବର୍ଷା ହୋଇଥିଲା। ଅନେକ ଘର ଓ ହୋଟେଲ ଭାସି ଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟରେ NDRF ଓ SDRF ଟିମ୍‌ ମୁତୟନ ରହିଛନ୍ତି।


#Uttarakhand #Uttarkashi #Cloudburst

 #Dharali #PMMODI 

 

Previous Post Next Post

Contact Form